ଟ୍ରକ ଚକ ତଳେ ଚାପି ହୋଇ ଚାଲିଗଲା ଯୁବକଙ୍କ ଜୀବନ
ସୁନ୍ଦରଗଡ଼: ଆଜି ସକାଳେ ତଳସରା ଥାନା ବାଲିଶଙ୍କରା ବ୍ଲକ୍ କାର୍ୟ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଆରୋହୀଙ୍କୁ ପଛ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେବା ସହ ଘୋଷାରି ନେଇ ଯାଇଥିଲା। ଟ୍ରକ ଚକ ତଳେ ପେଷି ହୋଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି।
ମୃତକ ହେଲେ ବାଲିଶଙ୍କରା ବ୍ଲକ୍ ବାବୁଡିହି ମିଞ୍ଜପଡ଼ାର ରାଜେଶ କିଣ୍ଡୋ (୩୮)। ଟ୍ରକଟି ସୁନ୍ଦରଗଡ଼ ପଟୁ ବାଲିଶଙ୍କରା ହୋଇ ରାଜସ୍ଥାନ ଯାଉଥିଲା। ସ୍କୁଟି (ଓଡି ୧୬ ପି ୩୨୨୨)ରେ ରାଜେଶ ଆସୁଥିଲେ। ଏହି ସମୟରେ ପଛରୁ ଦ୍ରୁତଗତିରେ ଟ୍ରକ (ଆରଜେ ୦୨ ଜିସି ୫୨୮୫) ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
Powered by Froala Editor