Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

  • ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ...

  • ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ...

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ...

  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ...

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ...

  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ ...

Home ›› ››ଆମେ ଶିଳ୍ପ ବିପ୍ଲବରେ ଶ୍ରେଷ୍ଠ ରାଜ୍ୟ ହେବା: ମୁଖ୍ୟମନ୍ତ୍ରୀ

ଆମେ ଶିଳ୍ପ ବିପ୍ଲବରେ ଶ୍ରେଷ୍ଠ ରାଜ୍ୟ ହେବା: ମୁଖ୍ୟମନ୍ତ୍ରୀ

2026-01-29 07:46:18
14576
Share:
Facebook
Twitter
E-Mail
WhatsApp
Telegram
ଆମେ ଶିଳ୍ପ ବିପ୍ଲବରେ ଶ୍ରେଷ୍ଠ ରାଜ୍ୟ ହେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ୨୩ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଷ୍ଟିଲ ସିଟି ରାଉରକେଲାରେ ମୁଖ୍ୟମନ୍ତ୍ରୀ ୮ ହଜାର ୮୮୪ କୋଟି ଟଙ୍କାର ୨୦ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୋଟ ୬୮୩୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହାସହ ଆଉ ୫୨ ହଜାର ୨୬ କୋଟି ଟଙ୍କାର ନିବେଶ ପାଇଁ ୨୨ଟି ଶିଳ୍ପ ସଂସ୍ଥା ସହ ମଧ୍ୟ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୦ ହଜାର ୪୨୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ଏହି ଅବସରରେ ଗୁଜୁରାଟ ମଡେଲରେ ଓଡ଼ିଶାରେ ଶିଳ୍ପାୟନକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ପଶ୍ଚିମ ଓଡ଼ିଶା ଆଉ ବିକାଶର ପରବର୍ତ୍ତୀ ସୀମା ହୋଇ ରହିବ ନାହିଁ । ଏହା ଏବେ ଓଡ଼ିଶାରେ ଶିଳ୍ପ ବିକାଶର ମୁଖ୍ୟ ଇଞ୍ଜିନ ସାଜିଛି । ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ୨୫ତମ ସଂସ୍କରଣ ଉଦଘାଟନ ଉତ୍ସବରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ୮ ହଜାର ୮୮୪ କୋଟି ଟଙ୍କାର ୨୦ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଦ୍ବାରା ମୋଟ ୬୮୩୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସହ ଆଉ ୫୨ ହଜାର ୨୬ କୋଟି ଟଙ୍କାର ନିବେଶ ପାଇଁ ୨୨ଟି ଶିଳ୍ପ ସଂସ୍ଥା ସହ ମଧ୍ୟ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଉ ୨୦ ହଜାର ୪୨୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପଶ୍ଚିମ ଓଡିଶାରେ ଆରମ୍ଭ ହୋଇଥିବା ନୂଆ ଶିଳ୍ପ ବିପ୍ଳବକୁ ଆହୁରି ଗତି ଦେବ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି," ଶିଳ୍ପାୟନର ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବାକୁ ପ୍ରେରଣା ଦେଉଛି । ଆମେ ଶିଳ୍ପ ବିପ୍ଲବରେ ଶ୍ରେଷ୍ଠ ରାଜ୍ୟ ହେବା । ଆମେ ଶ୍ରେଷ୍ଠ ରାଜ୍ୟମାନଙ୍କ ସହ ପ୍ରତିଯୋଗିତା କରିବା । ଏହି ଆତ୍ମବିଶ୍ବାସର ସହ ରାଜ୍ୟ ସରକାର ଆଗକୁ ବଢୁଛନ୍ତି । ଚଳିତ ବର୍ଷ ସିଆଇଆଇ ଦ୍ବାରା ଆୟୋଜିତ ଏଣ୍ଟରପ୍ରାଇଜ ଓଡ଼ିଶାର ବିଷୟ ବସ୍ତୁ ହେଉଛି ରହିବା, କାମ କରିବା ଓ ବ୍ୟବସାୟ ପାଇଁ ଓଡିଶା ସର୍ବୋତ୍କୃଷ୍ଠ ସ୍ଥାନ ଅର୍ଥନୈତିକ ବିକାଶ ଓ ଜୀବନ ଧାରଣର ମାନରେ ଉନ୍ନତି ସମାନ୍ତରାଳ ଭାବେ ଆଗକୁ ବଢିବା ନେଇ ରାଜ୍ୟ ସରକାର ଦେଉଥିବା ନାରାକୁ ଆଜିର ବିଷୟବସ୍ତୁ ପ୍ରମାଣିତ କରୁଛି । ଶିଳ୍ପର ବିକାଶ ଅଧିକ ନିଯୁକ୍ତି ସୁଯୋଗ, ଜୀବନ ଧାରଣ ମାନରେ ଉନ୍ନତି ଓ ସହଜ ବ୍ୟବସାୟକୁ ସୁନିଶ୍ଚିତ କରିବା ଜରୁରୀ । ଶିଳ୍ପର ବିକାଶ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ସୁରକ୍ଷିତ ଜୀବନଯାପନ ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ।"

ସେ ଆହୁରି ମଧ୍ୟ କହିଛନ୍ତି,"ଆମର ଫୋକସ୍ ହେଉଛି ସବୁ ଅଞ୍ଚଳରେ କିଛି ବୃହତ ଶିଳ୍ପ ସହ ଏକାଧିକ ଏମଏସଏମଇ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ । ରାଜ୍ୟର ଦ୍ବାରା ଯୁବପିଢୀ ଚାକିରି ପାଇଁ ଆଉ ରାଜ୍ୟ ବାହରକୁ ଯିବେନାହିଁ । ବରଂ ସୁଯୋଗ ସେମାନଙ୍କ ପାଖରେ ପହଞ୍ଚିବ । ଉଦଘାଟନ ହୋଇଥିବା ୧୧ଟି ଶିଳ୍ପ ପ୍ରକଳ୍ପରେ ୫ ହଜାର ୭୦୮ କୋଟି ଟଙ୍କାର ନିବେଶ ସହ ୪୧୮୩ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଆଉ ୩୧୭୬ କୋଟି ଟଙ୍କାର ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ୯ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୬୪୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । "ରାଉକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ରାଉରକେଲା ଚ୍ୟାମ୍ବର ଅଫ କମର୍ସ, ଓଡିଶା ସ୍ପଞ୍ଜ ଆଇରନ ଉତ୍ପାଦନ ସଂଘ ଏବଂ ରାଞ୍ଚି ଓ ରାୟପୁରରୁ ଆସିଥିବା ନିବେଶକଙ୍କ ସହ ତିନୋଟି ସ୍ଵତନ୍ତ୍ର ରାଉଣ୍ଡ ଟେବୁଲ ବୈଠକ କରିଛନ୍ତି । ଏହି ରାଉଣ୍ଡ ଟେବୁଲ ଆଲୋଚନା ବେଳେ ସରକାର ୪୩ ହଜାର ୩୪୯ କୋଟିର ନିବେଶ ପାଇଁ ୨୨ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି । ଏହି ୨୨ଟି ଶିଳ୍ପ ସଂସ୍ଥା ଦ୍ବାରା ୧୮ହଜାର ୯୮୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । 

ବେଦାନ୍ତ ଆଲୁମିନିୟମର ୩ ନିୟୁତ ଟନ୍ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଓ ୪୯୦୦ ମେଗାଓ୍ୱାଟ କ୍ଷମତା ସମ୍ପନ୍ନ ନିଜସ୍ବ ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ କାମାକ୍ଷାନଗରରେ ୧୪୪୭ ଏକର ୯୨୭ ଡିସିମିଲ ଜିମି ହସ୍ତାନ୍ତର ମଜୁରୀପତ୍ର ପ୍ରଦାନ କରାଯାଇଛି ।ନିକଟରେ ଅନୁଷ୍ଠିତ ୪୧ ତମ ଉଚ୍ଚକ୍ଷମତା ସମ୍ପନ୍ନ କ୍ଲିଅରାନ୍ସ ଅଥୋରିଟି ବୈଠକରେ ଏହି ପ୍ରକଳ୍ପକୁ ମଜୁରୀ ମିଳିଛି । ଆଉ ଶିଳ୍ପାୟନ ପ୍ରକ୍ରିୟାକୁ ଦ୍ଵାରାନ୍ଵିତ କରିବାରେ ଏହା ଏକ ବଳିଷ୍ଠ ପ୍ରମାଣ । ଆଗକୁ ସବୁ ଶିଳ୍ପ ପ୍ରକଳ୍ପ କାର୍ଯ୍ୟ କିଭଳି ତ୍ବରାନ୍ବିତ ହେବ ତାହା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା, ସିଆଇଆଇର ଅଧ୍ୟକ୍ଷଙ୍କ ସହ ବହୁ ନୀତି ନିର୍ଦ୍ଧାରକ, ବିଶିଷ୍ଟ ଶିଳ୍ପପତିମାନେ ଯୋଗ ଦେଇଛନ୍ତି । 

Powered by Froala Editor

Tags Cm

Related articles Odisha News Lens 4.1

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା
    ଦେଶ-ଦେଶାନ୍ତର

    ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା

    13946
    Jul 06, 2026
  • ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା
    ଅପରାଧ

    ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା

    14437
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14213
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13454
    Jul 07, 2026
  • ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ
    ଦେଶ-ଦେଶାନ୍ତର

    ମୁମ୍ବାଇରେ ଆରେଞ୍ଜ ଆଲର୍ଟ, ସ୍କୁଲ ଓ କଲେଜ ବନ୍ଦ

    14714
    Jul 07, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    14760
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13288
    Jul 07, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି
    ବିଶେଷ

    ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14862
    Jul 07, 2026
  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ

    14007
    Jul 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା

    13946
    Jul 06, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13454
    Jul 07, 2026
  • ଦେଶ-ଦେଶାନ୍ତର

    ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ କଲା ଦୁଷ୍କର୍ମ

    14007
    Jul 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16966
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17577
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17631
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18030
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    14862
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15398
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15329
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15193
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14619
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15832
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15701
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13805
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14918
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13288
    Jul 07, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପଦକ

    14760
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14213
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In