ବନ୍ଦ ପାଳନକୁ ବିଜେପିର ତାଚ୍ଛଲ୍ୟ
ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନକୁ ବିଜେପି ତାଚ୍ଛଲ୍ୟ କରି ନବନିର୍ମାଣ କୃଷକ ସଂଗଠନକୁ ଟାର୍ଗେଟ୍ କରିଛି। ଏହା ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି।
ନବର୍ନିମାଣ କୃଷକ ସଂଗଠନର ନେତାମାନେ ଚାଷ କ’ଣ ଜାଣି ନାହାନ୍ତି। ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେ ନାହିଁ। ବିଜେଡି ସରକାର ସମୟରେ ଚାଷୀ ହତାଶ ହୋଇ ପଡିଥିଲେ। ଦଲାଲ ମାଲେମାଲ ହେଉଥିଲେ। ମୋହନ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଚାଷୀ ମଣ୍ଡିରେ ଧାନ ବିକି ବୋନସ ଆକାରରେ ଅଧିକ ୮୦୦ ଟଙ୍କା ପାଉଥିବା ଭାଜପା ମୁଖପାତ୍ର ମନୋଜ କହିଛନ୍ତି।
Powered by Froala Editor