ବିଜେଡିର ବନ୍ଦ ଡାକରାକୁ ନୈତିକ ସମର୍ଥନ
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ପୂର୍ବରୁ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବାବେଳେ ଏବେ ବିଜେଡି ବି ଏହାକୁ ନୈତିକ ସମର୍ଥନ ଦେଇଛି । ବିଜେଡି ବନ୍ଦ ଡାକରାକୁ ନୈତିକ ସମର୍ଥନ ଜଣାଇଥିବା ନେଇ ମୁଖପାତ୍ର ଲେନିନି ମହାନ୍ତି କହିଛନ୍ତି । ଚାଷୀ ସମସ୍ୟା, ପିୟୁସିସି ଓ ସ୍କାର୍ଟସିଟି ପ୍ରସଙ୍ଗରେ ବିଜେଡି ବନ୍ଦକୁ ସମର୍ଥନ କରିଛି ।
ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏହା ଅଧୀନରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି।
Powered by Froala Editor