ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ
ଦିଗପହଣ୍ଡି: ପୋଖରୀରେ ଭାସୁଛି ନବଜାତ କନ୍ୟାର ମୃତଦେହ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ବନ୍ଧ ପୋଖରୀରେ ମଙ୍ଗଳବାର ସକାଳ ପ୍ରାୟ ୬ ଟାରେ ଏକ ନବଜାତ ଶିଶୁକନ୍ୟାଙ୍କ ମୃତଦେହ ଭାସୁଥିବା ଗ୍ରାମର କିଛି ମହିଳା ଦେଖିଥିଲେ।
ମୃତ ଶିଶୁକନ୍ୟା ଜନ୍ମ ହେବା ପରେ ଗ୍ରାମର କୌଣସି ମହିଳା ସୋମବାର ସନ୍ଧ୍ୟାରେ ମୃତଦେହ ଆଣି ପୋଖରୀରେ ଫୋପାଡି ଚାଲିଯାଇଥିବା ଗ୍ରାମର କିଛି ବ୍ୟକ୍ତି ଜଣାଇଛନ୍ତି।ସରକାରୀ ଓ ବେସରକାରୀ ସ୍ତରରେ ଲିଙ୍ଗ ନିରୂପଣ ଓ ଭ୍ରୁଣହତ୍ୟା ବିରୋଧରେ ବ୍ୟାପକ ଜନ ସଚେତନତା କରାଯାଉଥିଲେ ମଧ୍ୟ ଏବେବି ଶିଶୁକନ୍ୟା ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଛି ।
Powered by Froala Editor