ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ
ଭୁବନେଶ୍ୱର: ଓଲିଉଡ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ ହୋଇଛି । ୫୪ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍ଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ଅଭିଜିତ୍ । ଏକ ସପ୍ତାହ ଧରି କଟକର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୪ରେ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ସେଠାରୁ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯.୦୨ ମିନିଟ ରେ ତାଙ୍କର ମୃତ୍ୟୁ ହୋଇଛି । ମଲ୍ଟି ଅର୍ଗାନ ଫେଲ ହେବା ଯୋଗୁ କୋମାରେ ଥିଲେ ଅଭିଜିତ । ହେଲେ ଆଜି ତାଙ୍କର ମୃତ୍ୟୁ ଖବର ପୁରା ଓଡ଼ିଆ ଫିଲ୍ମ ଜଗତରେ ଅପୂରଣୀୟ କ୍ଷତି ଆଣି ଦେଇଛି ।
୧୯୭୧ମସିହା ୧୧ ସେପ୍ଟେମ୍ବରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ ମଜୁମଦାର ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ । ସେ ୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିରେ ସୁପରହିଟ୍ ସଙ୍ଗୀତ ସବୁ ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ ।
ଓଲିଉଡରେ ଅଭିଜିତ ଦାଦା ଭାବେ ପରିଚିତ ଥିଲେ ସେ । ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମହୁଥିଲେ ଅଭିଜିତ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି । ‘ଏ ଗୌରାଟ୍ଟଆଜିକାଲି କଣ ଖାଉଛୁ..’ ‘ଏ ସାଲୁଟ୍ଟ’, ରିବନ ଫିତାଟ୍ଟଆଦି ହନେକ ହିଟ୍ ଆଲବମ ରହିଛି । ଅଭିଜିତ୍ଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor