‘ଶତାବ୍ଦୀ ପଥ ସଞ୍ଚଳନ’ କାର୍ଯ୍ୟକ୍ରମରେ ସହର ପରିକ୍ରମା କଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ପ୍ରତିଷ୍ଠାର ଶତାବ୍ଦୀ ପୂର୍ତ୍ତି ଅବସରରେ ‘ଶତାବ୍ଦୀ ପଥ ସଞ୍ଚଳନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ସହସ୍ରାଧିକ ସ୍ୱଂୟ ସେବକଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ନବି ନାଏକ ଅଂଶଗ୍ରହଣ କରି ସହର ପରିକ୍ରମା କରିଛନ୍ତି ।
ଅପରାହ୍ନରେ ଗୋଲବଜାର ସ୍ଥିତ ରାଷ୍ଟ୍ରୀୟ ଗୋପାଳ ବିଦ୍ୟାମନ୍ଦିରରୁ ଏହି ପଦଯାତ୍ରା ବାହାରି ଲକ୍ଷ୍ମୀଟକିଜ୍, ଚର୍ଚ୍ଚ ଛକ, ଡିଏଚ୍ଏଚ୍ ହସ୍ପିଟାଲ୍ ରୋଡ, ମୁଦିପଡ଼ା ଛକ, ମୁଦିପଡ଼ା ପେଟ୍ରୋଲ୍ ପମ୍ପ୍, ପଟ୍ଟନାୟକପଡ଼ା ଓ ଗୋଲବଜାର ଛକ ଅତିକ୍ରମ କରି ପୁନଶ୍ଚ ରାଷ୍ଟ୍ରୀୟ ଗୋପାଲ ବିଦ୍ୟାମନ୍ଦିର ପରିସରକୁ ଫେରିଥିଲା ।
Powered by Froala Editor