୩ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ
ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବଢ଼ିଛି। କିଛି ସ୍ଥାନରେ ଦିନ ତାପମାତ୍ରା ବଢ଼ିଥିବା ବେଳେ ଆଉ କିଛି ଅଞ୍ଚଳରେ ଏହା କମିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।
ପରବର୍ତ୍ତୀ ସମୟରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଫଳସ୍ବରୂପ ରାଜ୍ୟରେ ଶୀତ ପ୍ରକୋପ ଆହୁରି କମିବ। ତଥାପି ଗତ ୨୪ଘଣ୍ଟା ମଧ୍ୟରେ ଘୁ.ଉଦୟଗିରିରେ ପାରଦ ୫ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୮.୨, ସେମିଳିଗୁଡ଼ାରେ ୮.୫, ଝାରସୁଗୁଡ଼ାରେ ୮.୪, ରାଉରକେଲାରେ ୮, କିରେଇରେ ୯.୬, ଭୁବନେଶ୍ବରରେ ୧୩.୭ ଏବଂ କଟକରେ ୧୨.୪ଡିଗ୍ରୀ ରହିଛି।
Powered by Froala Editor