ଭୁବନେଶ୍ୱର ବିମାନ ବନ୍ଦରରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ
ଭୁବନେଶ୍ବର: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ । ନିର୍ଦ୍ଧାରିତ ସମୟର ୨୫ମିନିଟ୍ ପୂର୍ବରୁ ଉପରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ବିମାନବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ କଟକ ଅଭିମୁଖେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ କରିବେ । ଆଜି ନେତାଜୀ ଜୟନ୍ତି ଅବସରରେ ଓଡ଼ିଶା ଆସିଛନ୍ତି ଉପରାଷ୍ଟ୍ରପତି ।
Powered by Froala Editor