ହୁକିଟୋଲା ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପର୍ୟ୍ୟଟନସ୍ଥଳୀ ହୁକିଟୋଲା ଦ୍ବୀପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଭାରତବର୍ଷର ଉପକୂଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରେ ଥିବା ସମସ୍ତ ଦ୍ବୀପ ଗୁଡିକରେ ଜାତୀୟ ପତକା ଉତ୍ତୋଳନ କରିବା ସହିତ ଦ୍ବୀପ ଗୁଡିକୁ କଡା ନଜର ରଖିବା ପାଇଁ ଭାରତ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏହି କାର୍ୟ୍ୟକ୍ରମ ଆସନ୍ତା ସାଧାରଣତନ୍ତ୍ର ଦିବସ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ରାପଡ଼ା ଡ଼ିଏସପି ତଥା ଉପକୂଳ ସୁରକ୍ଷା ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ତିୱାରୀଙ୍କ ସଂଯୋଜନାରେ ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନା ଧିକାରୀଣୀ ଅନୀତା ସ୍ୱାଇଁ ହୁକିଟୋଲା ଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ପୋଲିସ,ଆର୍ମୀ, କୋଷ୍ଟଗାର୍ଡ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସିଭିଲ ଡିଫେନ୍ସ, ଏନ.ସି.ସି ଛାତ୍ରଛାତ୍ରୀ ଓ ଡାକ୍ତରୀ ଦଳ ସାମିଲ ହୋଇଥିଲେ।
Powered by Froala Editor