ଆଜି ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ବଡ଼ ବୈଠକ ବସୁଛି । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ବିଜେଡିର ସବୁଠାରୁ ଶକ୍ତିଶାଳୀ କମିଟି ହେଉଛି ରାଜନୈତିକ ବ୍ୟାପାର କମିଟି । ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ସମସ୍ତଙ୍କ ନଜର ରହିବ ।
Powered by Froala Editor