ବୁଲେଟ୍-ଥାର୍ ଧକ୍କା, ଜଣେ ମୃତ
ଭୁବନେଶ୍ଵର : ରାଜଧାନୀରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ୍ ହସ୍ପିଟାଲ୍ ସାମ୍ନାରେ ବୁଲେଟ୍ କୁ ଧକ୍କା ଦେଲା ଥାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଜଣ ଗୁରୁତର ଆହତ। ଦୁର୍ଘଟଣା ଘଟାଇଥିବା ଥାର୍ ଗାଡି ଜବତ। ଡ୍ରାଇଭର୍ ଫେରାର୍। ସୂଚନାନୁଯାୟୀ, ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଥାର୍ ଗାଡି ଏକ ବୁଲେଟ୍ କୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ମୃତ ଯୁବକ ଜଣଙ୍କ ଓଲ୍ଡ ଟାଉନ୍ ଗୋଷାଗରେଶ୍ଵର ଛକରେ ରହୁଥିବା ରାଜା ପେଦିନି।
Powered by Froala Editor