ଛାତ୍ରାବାସରେ ପିଜି ଦ୍ଵିତୀୟ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ର ଜଣକ ଅବସାଦ ଗ୍ରସ୍ତ ରହିଥିବା ସୂଚନା ।ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପିଜି ଦ୍ଵିତୀୟ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଜଣକ ହେଲେ ଅର୍ଥନୀତି ବିଭାଗର ସୁରଜ କୁଜୁର । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଅଂଚଳରେ ବୋଲି ଜଣାପଡିଛି । ସେ ଗତକାଲି ସନ୍ଧ୍ୟା ସମୟରେ ନିଜ କକ୍ଷରୁ ବାହାରକୁ ଆସି ନଥିଲେ । ସହପାଠୀଙ୍କ ଉତ୍ତର ଆଧାରରେ ସେ ପ୍ରାୟ ସମୟ ଚୁପଚାପ୍ ରହୁଥିଲେ ଏବଂ ସାଙ୍ଗ ମାନଙ୍କ ସହିତ ବିଶେଷ କଥାବାର୍ତ୍ତା ମଧ୍ୟ କରୁ ନଥିଲେ । ଏପରିକି କୌଣସି କାରଣକୁ ନେଇ ଅବସାଦ ଗ୍ରସ୍ତ ରହିଥିବା ସୂଚନା ମିଳିଛି । ଗତ ସନ୍ଧ୍ୟା ପର୍ଯ୍ୟନ୍ତ ସୁରଜ୍ କବାଟ ନ ଖୋଲିବାରୁ ସାଙ୍ଗମାନେ କବାଟ ବାଡେଇଥିଲେ । କବାଟ ନଖୋଲିବାରୁ ସାଙ୍ଗମାନେ ଉପରେ ରହିଥିବା ସ୍କାଇଲାଇଟ ରେ ଚାହିଁବା ବେଳକୁ ସେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।ଏହାପରେ ଛାତ୍ରମାନେ ଛାତ୍ରାବାସ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଖବରପାଇ ଛାତ୍ରାବାସ, ବିଶ୍ଵବିଦ୍ୟାଳୟ କତୃପକ୍ଷ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
Powered by Froala Editor