ବଡ଼ଭାଇର ମୁଥ ମାଡ଼ରେ ସାନ ଭାଇ ମୃତ
ପାଟଣା: ପାଟଣା ବ୍ଲକ ଅଞ୍ଚଳ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗ୍ରାମରେ ବଡ଼ଭାଇର ମାଡ଼ରେ ସାନ ଭାଇର ମୃତ୍ୟୁ ହୋଇଛି। ମୃତକ ହେଲେ ସାନଭାଇ ଜିତେନ୍ଦ୍ର ମହାନ୍ତ(୪୨) । ବଡ଼ଭାଇ ସତ୍ୟାନନ୍ଦ ମହାନ୍ତ(୪୫) ଦୁଇ ଭାଇ ମଧ୍ୟରେ କୌଣସି କାରଣରୁ ବଚସା ହେବା ପରେ ଏଥିରେ ବଡ଼ଭାଇ ସତ୍ୟାନନ୍ଦ ମହାନ୍ତ ରାଗିଯାଇ ସାନ ଭାଇକୁ ମୁଥ ମାଡ଼ ମାରିଥିଲା । ଗୁରୁତର ଅବସ୍ଥାରେ ସାନଭାଇକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ ଓ ଥାନା ଏସଆଇ ସୁରେଶ ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରିବା ସହ ବଡ଼ଭାଇ ସତ୍ୟାନନ୍ଦ ମହାନ୍ତଙ୍କୁ ଗିରଫ କରିଛନ୍ତି।
Powered by Froala Editor