Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ...

  • ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ...

  • ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ

  • ତାଜ ହୋଟେଲକୁ ବୋମା ଧମକ

  • ୧୮ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

  • ପ୍ରଖ୍ୟାତ କଣ୍ଠଶିଳ୍ପୀ ଜାନକୀ ଆମ୍ମାଙ୍କ ...

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ...

  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ ...

  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ...

ରାଜ୍ୟ
Home ›› ରାଜ୍ୟ ››ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ୫୦୦ ଟଙ୍କା ନୁହେଁ ଦେବାକୁ ପଡ଼ିବ ୨୪୦ ଟଙ୍କା

ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ୫୦୦ ଟଙ୍କା ନୁହେଁ ଦେବାକୁ ପଡ଼ିବ ୨୪୦ ଟଙ୍କା

2026-01-18 04:03:01
14329
Share:
Facebook
Twitter
E-Mail
WhatsApp
Telegram
ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ୫୦୦ ଟଙ୍କା ନୁହେଁ ଦେବାକୁ ପଡ଼ିବ ୨୪୦ ଟଙ୍କା

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସରେ ଚାରି ଚକିଆ ଯାନ ପାର୍କିଂ ପାଇଁ ଦିନକୁ ୫ ଶହ ଟଙ୍କା ଫି ନିୟମରେ ପରିବର୍ତ୍ତନ କରାଯାଇଛି। ଏଣିକି ଚାରିଚକିଆ ଯାନ ପାର୍କିଂ କଲେ ଆଉ ୫୦୦ ଟଙ୍କା ନୁହେଁ ଅନ୍ୟ ପାର୍କିଂ ଫି ଭଳି ୨୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରବିବାରଠାରୁ ଏହି ନୂତନ ପାର୍କିଂ ଫି ଲାଗୁ କରାଯିବ। ତେବେ ଯେଉଁମାନେ ଭକ୍ତ ନିବାସରେ ରହିବେ କେବଳ ସେମାନଙ୍କ ଗାଡ଼ି ହିଁ ପାର୍କିଂ କରାଯିବ।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶନିବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତିମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ହିଁ ଦିନ, ତିଥି, ଲଗ୍ନ ଓ ବାର ସ୍ଥିର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ରତ୍ନ ଅଳଙ୍କାର ଗଣତିମଣତି ସମୟରେ କେବଳ ପାଳିଆ ସେବାୟତ ଉପସ୍ଥିତ ରହିବେ।

ବୈଠକ ଆରମ୍ଭରୁ ପ୍ରଥମେ ଆଦର୍ଶ ଗୁରୁକୁଳ ସୋସାଇଟି ସାଧାରଣ ପରିଷଦ ବୈଠକ ହୋଇଥିଲା। ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ସହ ପୂର୍ବରୁ ହୋଇଥିବା ଚୁକ୍ତିକୁ ବାତିଲ କରାଯାଇଛି। ନୂତନ ସଂସ୍ଥା ସହ ଏନେଇ ଏମଓୟୁ ହେବ। ଆଦର୍ଶ ଗୁରୁକୁଳ ପାଇଁ ମାଟିତୋଟାରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପଟେ ଖୁବଶୀଘ୍ର ନାଟ ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଆରମ୍ଭ ହେବାସହ ମହାପ୍ରଭୁଙ୍କ ପାଇଁ ନୂଆ ରତ୍ନପଲଙ୍କ ସେଟ୍ ନିର୍ମାଣ କରାଯାଇଛି। ସେହିପରି ଶ୍ରୀମନ୍ଦିର ଭିତରେ ସୁରକ୍ଷାକର୍ମୀଙ୍କ ସମେତ ସେବାୟତଙ୍କ ଲାଗି ମୋବାଇଲ ଫୋନ୍ ବ୍ୟବହାର ନେଇ କଟକଣା ଲାଗୁ ହୋଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ। କୌଣସି ସୁରକ୍ଷାକର୍ମୀ ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର କରିପାରିବେ ନାହିଁ। ତେବେ କଥାବାର୍ତ୍ତା ହେବା ପାଇଁ ସେମାନେ ଶ୍ରୀମନ୍ଦିର ଭିତରେ ଥିବା ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ।

ସେପଟେ ମହାପ୍ରଭୁଙ୍କ ନୂତନ ରତ୍ନ ପଲଙ୍କ ପ୍ରସ୍ତୁତ ହୋଇଛି। ସେବାୟତଙ୍କ ପରାମର୍ଶ ଓ ଶୁଭ ବେଳା ଦେଖି ମହାପ୍ରଭୁଙ୍କ କାର୍ଯ୍ୟରେ ରତ୍ନ ପଲଙ୍କ ବ୍ୟବହୃତ ହେବ। ଖୁବଶୀଘ୍ର ସର୍ବସାଧାରଣଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଗୁଣ୍ଡିଚା ମନ୍ଦିର ଯାଇ ବୁଲି ଦେଖିବା ପରେ ମାର୍ଗଦର୍ଶିକା ଆଧାରରେ ସର୍ବସାଧାରଣଙ୍କ ପାଇଁ ଦ୍ବାର ଖୋଲିବ। ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରବେଶ ଫି ଦଶ ଟଙ୍କା ରଖାଯାଇଥିବା ବେଳେ ମୋବାଇଲ ଓ ଜୋତା ଷ୍ଟାଣ୍ଡ ନିଃଶୁଳ୍କ ରହିବ। ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟର ଦଶାବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ଏନେଇ ନିଷ୍ପତ୍ତି ନିଆଯିବ। ସେହିପରି ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି।

Powered by Froala Editor

Tags Parking

Related articles Odisha News Lens 4.1

  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ

    14694
    Jul 11, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ
    ବିଶେଷ

    ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14158
    Jul 12, 2026
  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି
    ଦେଶ-ଦେଶାନ୍ତର

    ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13843
    Jul 11, 2026
  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15313
    Jul 11, 2026
  • ପ୍ରଖ୍ୟାତ କଣ୍ଠଶିଳ୍ପୀ ଜାନକୀ ଆମ୍ମାଙ୍କ ପରଲୋକ
    ମନୋରଞ୍ଜନ

    ପ୍ରଖ୍ୟାତ କଣ୍ଠଶିଳ୍ପୀ ଜାନକୀ ଆମ୍ମାଙ୍କ ପରଲୋକ

    14090
    Jul 12, 2026
  • ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ
    ଦେଶ-ଦେଶାନ୍ତର

    ଏସ. ଜାନକୀଙ୍କ ବିୟୋଗରେ ମୋଦୀଙ୍କ ଶୋକ ପ୍ରକାଶ

    13998
    Jul 12, 2026
  • ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ
    ଦେଶ-ଦେଶାନ୍ତର

    ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦୀ

    13483
    Jul 12, 2026
  • ତାଜ ହୋଟେଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ତାଜ ହୋଟେଲକୁ ବୋମା ଧମକ

    14998
    Jul 12, 2026
  • ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ
    ଦେଶ-ଦେଶାନ୍ତର

    ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ

    14395
    Jul 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପ୍ରଣାଳୀ ବନ୍ଦ

    14395
    Jul 12, 2026
  • ମନୋରଞ୍ଜନ

    ପ୍ରଖ୍ୟାତ କଣ୍ଠଶିଳ୍ପୀ ଜାନକୀ ଆମ୍ମାଙ୍କ ପରଲୋକ

    14090
    Jul 12, 2026
  • ବିଶେଷ

    ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14158
    Jul 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16972
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17584
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17638
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18038
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14158
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14657
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15543
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15648
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15465
    Jul 05, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15842
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15710
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13817
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14936
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୮ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

    15175
    Jul 12, 2026
  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15313
    Jul 11, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14158
    Jul 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In