ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ପୁରୀ: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ସହିତ ଅନ୍ୟ ପ୍ରସଙ୍ଗ ଗୁଡିକରେ ଆଲୋଚନା ହେବ । ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି କେବେ ହେବ ସେନେଇ ମଧ୍ୟ ଆଲୋଚନା ହେବ । ଏନେଇ ମାର୍ଗଦର୍ଶିକା ଆସିପାରେ । ପରିଚାଳନା କମିଟିର ଚୂଡାନ୍ତ ମାର୍ଗଦର୍ଶିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।
ନାଟମଣ୍ଡପରେ ଧାଡି ଦର୍ଶନ, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି,ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ, ପୁରୀବାସୀଙ୍କ ସୁବିଧା ଦର୍ଶନ ଉପରେ ହେବ ବୈଠକରେ ଆଲୋଚନା ।
Powered by Froala Editor