ଏଣିକି ପ୍ରତି ମାସ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି
ଭୁବନେଶ୍ୱର: ରଥଯାତ୍ରା ୨୦୨୬କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୬ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ପ୍ରତି ମାସ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି । ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ, ପିଇବା ପାଣି,କ୍ୱାଲିଟି ମନିଟର, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି ।
Powered by Froala Editor