ଆକାଶିଆ କାଠଗଡ଼ ବୋଝେଇ ଟ୍ରକ ଜବତ
ପାଟଣା: କେନ୍ଦୁଝର ଜିଲା ପାଟଣା ବନବିଭାଗ ଗତକାଲି ଆକାଶିଆ କାଠଗଡ଼ ବୋଝେଇ ଏକ ଆଇଚର ଟ୍ରକକୁ ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖଜୁରିଡିହା ନିକଟରୁ ଜବତ କରିଛି। କାଠ ଚୋରା ଚାଲାଣ ସମ୍ପର୍କରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରି ସର୍ଦ୍ଦାରଙ୍କୁ ସୂଚନା ମିଳିବା ପରେ ଟ୍ରକକୁ ଧରିବା ପାଇଁ ବନବିଭାଗ ଜାଲ ବିଛାଇ ଥିଲା। ଟ୍ରକର ଚାଳକ ଓ ସହାୟକଙ୍କୁ ବନ ବିଭାଗ ଅଟକ ରଖିଛି।
Powered by Froala Editor