୧.୪୦ ଲକ୍ଷ ଟପିଲା ସୁନା
ପୁଣି ବଢିଛି ସୁନା ଓ ରୂପା ଦାମ୍ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ଲକ୍ଷେ ତିରିଶ ହଜାର ଟଙ୍କା ଟପିଛି। ଶନିବାର ତୁଳନାରେ ଏହି ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୧୬୯୦ ଟଙ୍କା ବୃଦ୍ଧି ଘଟି ଲକ୍ଷେ ୪୨ ହଜାର ୧୫୦ ଟଙ୍କାରେ ପହଞ୍ଚିଛି। ସୁନା ଅପେକ୍ଷା ରୁପା ଦରରେ ବଡ଼ ବୃଦ୍ଧି ଘଟିଛି। କିଲୋଗ୍ରାମ ପିଛା ରୁପା ଦର ୧୨ ହଜାର ଟଙ୍କା ମହଙ୍ଗା ହୋଇଛି। ଏଥିଯୋଗୁ ରୁପା ଦର ଦୁଇ ଲକ୍ଷ ୮୭ ହଜାର ଟଙ୍କା ଛୁଇଁଛି।
ଦିଲ୍ଲୀରେ ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ ପ୍ରତି ୧,୪୨, ୩୦୦ ରହିଛି । ଗତ ସପ୍ତାହ ଅପେକ୍ଷା ୨୪୩୭ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନା ଦାମ୍ ୧,୩୦,୪୫୦ ଟଙ୍କା ରହିଛି । ସେହିପରି ରୂପା ଦର କିଲୋଗ୍ରାମ ପ୍ରତି ୨,୬୫,୧୩୩ ଟଙ୍କାରେ ପହଞ୍ଚିଛି । ଭୁବନେଶ୍ୱରରେ ୨୨କ୍ୟାରେଟ ସୁନା ଦର ୧୦ଗ୍ରାମ ପିଛା ୧,୩୦,୩୦୦ରେ ପହଞ୍ଚିଛି । ସୁନା ଓ ରୂପା ଦର ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ଚିନ୍ତାରେ ପଡିଛନ୍ତି ମଧ୍ୟବିତ ଗ୍ରାହକ ।
Powered by Froala Editor