ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ, ଥରୁଛି ଟ୍ବିନସିଟି
ଭୁବନେଶ୍ଵର: ସାରା ରାଜ୍ୟରେ ଅସମ୍ଭାଳ ଶୀତ ଲହରୀ ଜାରି ରହିଛି। ଥଣ୍ଡାର ଥାର୍ଡ ଡିଗ୍ରୀରେ କଲବଲ ହେଉଛି ସାଧାରଣ ଜନଜୀବନ। ରେକର୍ଡ ଭାଙ୍ଗୁଛି ଏବର୍ଷର ଶୀତ। ହାଡ଼ଭଙ୍ଗା ଶୀତରେ ରାଜ୍ୟର ପ୍ରମୁଖ ସହର ସହ ଟ୍ବିନସିଟି ବି ଥରୁଛି। ରାଜଧାନୀଭୁବନେଶ୍ଵରର ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ ହୋଇଛି।
ଭୁବନେଶ୍ଵରରେ ୨୨ ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠୁ ଥଣ୍ଡା ରାତି। ଝାରସୁଗୁଡା ସବୁଠୁ ଥଣ୍ଡା ସହର ପାଲଟିଛି। ସକାଳ ୫ଟା ୩୦ରେ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡାରେ ତାପମାତ୍ରା ୬.୨ ରେକର୍ଡ ହୋଇଛି।
Powered by Froala Editor