ଏହି ୩ କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ
ସମ୍ବଲପୁର: ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଇ-ମେଲ୍ ମାଧ୍ୟମରେ କୋର୍ଟକୁ ଧମକ ଆସିଥିବା ସୂଚନା ମିଳିଛି। କୋର୍ଟ ପରିସରରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ୍ ମୁତୟନ ହୋଇଛନ୍ତି। ମେଟାଲ୍ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଉଛି। କିଏ ମେଲ୍ କରି ଏଭଳି ଧମକ ଦେଇଛି , ଏଯାବତ୍ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଛି। ଦେବଗଡ କୋର୍ଟକୁ ମଧ୍ୟ ବୋମା ଧମକ ଆସିଛି।
Powered by Froala Editor