ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ
ଭୁବନେଶ୍ୱର: ପରିବହନ ବିଭାଗର ୩ଜଣ ଅଧିକାରୀଙ୍କ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ନିର୍ଦ୍ଦେଶକ । କାର୍ୟ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ହେବ । କାର୍ୟ୍ୟରେ ଅବହେଳା ଅଭିଯୋଗ ପରେ ଏପରି କାର୍ୟ୍ୟାନୁଷ୍ଠାନ ନେଇଛି ବିଭାଗ ।
ତିନି ଅଧିକାରୀ ହେଉଛନ୍ତି ଈଶ୍ୱର ମହାପାତ୍ର ଜିଲା ପରିଚାଳକ, ଜୟପୁର, କୋରାପୁଟ, ଜ୍ୟୋତି ପ୍ରକାଶ ବେହେରା, ଅତିରିକ୍ତ ପରିଚାଳକ ଜୟପୁର, କୋରାପୁଟ ଏବଂ ପ୍ରିତିଶ କୁମାର ନାୟକ, ଅତିରିକ୍ତ ପରିଚାଳକ ସୁନ୍ଦରଗଡ଼ର ବୋଲି ଜଣାପଡିଛି।
Powered by Froala Editor