ଜାଡରେ ଥରୁଛି ଓଡିଶା, ଶିମିଳିପାଳରେ ‘ଶୂନ’ ତାପମାତ୍ରା
ଦୁଇଦିନ ହେଲା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଗକୁ ଆହୁରି ଥଣ୍ଡା ବଢିବା ନେଇ ସମ୍ଭାଵନା ରହିଛି । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୬ ଦିନ ଯାଏ ପାଗ ଶୁଖିଲା ରହିବ। ତେଣୁ ଜାଡ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ମୟୂରଭଞ୍ଜ ଜିଲା ଶିମିଳିପାଳରେ ତାପମାତ୍ରା ‘ଶୂନ’ ହୋଇଥିବା ରେକର୍ଡ କରାଯାଇଛି। ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ଥିବା ନେଇ ଆର୍ସିଏଫ୍ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଚହଲାରେ ତାପମାତ୍ରା ୨ ଡିଗ୍ରୀ ଥିବାବେଳେ ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ ରହିଛି।
ସେହିପରି ସେମିଳିଗୁଡ଼ାରେ ୪.୧ ଡିଗ୍ରୀ, ଫୁଲବାଣୀ ୫ ଡିଗ୍ରୀ, ରାଉରକେଲାରେ ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୫.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କିରୋଇରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୭.୮ ଡିଗ୍ରୀ ରହିଛି।
ଅନୁଗୋଳରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ ୮.୫ ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ ୮.୬ ଡିଗ୍ରୀ, ରାଣୀତାଲରେ ୮.୮ ଡିଗ୍ରୀ, ନବରଙ୍ଗପୁର ୯.୫ ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ ୯.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରିହଛି।
ଏହାସହ କଲବଲ କରୁଛି ଘନ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ ମିଟର ଆଗକୁ ଦେଖାଯାଉନି ରାସ୍ତାଘାଟ । ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।
Powered by Froala Editor