ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ଆଜିଠୁ
ଅନୁଗୋଳ: ଆଜିଠାରୁ ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ୩ ଦିନ ଧରି ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଚାଲିବ। ସାତକୋଶିଆ ଅଭୟାରଣ୍ୟ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ମହାନଦୀ ବନଖଣ୍ଡରେ ୧୪ଟି ଦଳ ଗଠନ କରାଯାଇଥିବା ବେଳେ ପ୍ରତି ଦଳରେ ୫ଜଣ ଲେଖାଏଁ ରହିଛନ୍ତି। ଏହି କୁମ୍ଭୀର ଗଣନା ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ସମେତ ଆଖପାଖର ବିଭିନ୍ନ ଜଳାଶୟରେ ଏହି ଗଣନା କରାଯାଉଛି ।
Powered by Froala Editor