ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ ଘଟଣା: ପହଞ୍ଚିଲା ଭୁବନେଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଓ୍ବାଟ୍କୋ ଟିମ୍
ଖୋର୍ଦ୍ଧା: ଖୋର୍ଦ୍ଧାସ୍ଥିତ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ ଘଟଣାରେ ସ୍କୁଲରେ ପହଞ୍ଚିଛନ୍ତି ଭୁବନେଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଓ୍ବାଟ୍କୋ ଟିମ୍। ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। ସମସ୍ତ ନମୁନାକୁ ପରୀକ୍ଷା କରିବାକୁ ଲାବୋରେଟୋରୀକୁ ପଠାଯାଇଛି। କିଛି ଜଳର ନମୁନା ମଧ୍ୟ ସେଠାରେ ପରୀକ୍ଷା କରାଯାଇଛି। ୨୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅଭିଭାବକ ନେଇଯାଇଛନ୍ତି। ଏବେ ବି ଶତାଧିକ ଛାତ୍ରୀଛାତ୍ର, ଶିକ୍ଷକ ସଂକ୍ରାମକ ଜଣ୍ଡିସ୍ ରୋଗ୍ରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ଆଜି ମେଡିକାଲ ଟିମ୍ ପହଞ୍ଚି ପିଲାଙ୍କ ପରୀକ୍ଷା କରିଛନ୍ତି।
Powered by Froala Editor