ଭୁବନେଶ୍ୱର ଏମସକୁ ହ୍ୟୁମାନ ସାଗରଙ୍କ ଚିକିତ୍ସା ସଂପର୍କିତ ତଥ୍ୟ ମାଗିଲା ମର୍କତ ନଗର ପୋଲିସ୍
ଭୁବନେଶ୍ୱର : ହ୍ୟୁମାନ ସାଗର ମୃତ୍ୟୁ ମାମଲା । ମର୍କତ ନଗର ପୋଲିସ୍ ଭୁବନେଶ୍ୱର ଏମସକୁ ମାଗିଲା ହ୍ୟୁମାନ ସାଗରଙ୍କ ଚିକିତ୍ସା ସଂପର୍କିତ ତଥ୍ୟ । ଶବ ବ୍ୟବଚ୍ଛେଦ ସମ୍ୱନ୍ଧୀୟ ତଥ୍ୟକୁ ହସ୍ତାନ୍ତର କରିବାକୁ ଏମ୍ସକୁ ନୋଟିସ କରିଛି ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ କରୁଛି ପୋଲିସ । ମର୍କତ ନଗର ଥାନା ଆଇଆଇସି ବଦଳି ହେଇଥିବାରୁ , ନୂଆ ଆଇଆଇସି ଯୋଗ ଦେବା ପରେ ଏହି ପକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ସୂଚନା ମିଳିଛି । ଅଭିଯୋଗର ଗୋଟି ଗୋଟି ଦିଗକୁ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଥିଲେ।
Powered by Froala Editor