ଟ୍ରେନ୍ରେ କଟି ଯୁବକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା
କେସିଙ୍ଗା: କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ଓ୍ବାର୍ଡ ନଂ ୬ ଏମ୍ଇ ସ୍କୁଲପଡ଼ାର ନେପାଳ ମାଝୀ(୨୦) ନାମକ ଜଣେ ଯୁବକ ଟ୍ରେନ୍ରେ କଟି ସୋମବାର ସକାଳେ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍ ରେଳ ଷ୍ଟେଶନରୁ ୧ କିମି ଦୂରରେ ଟ୍ରେନ୍ରେ କଟି ୨ ଗଡ଼ ହୋଇଯାଇଛି। ଟିଟିଲାଗଡ଼ ରେଲଓ୍ବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ପରିବାର ଲୋକେ ମଧ୍ୟ ପହଞ୍ଚିଛନ୍ତି।
ଏ ସଂକ୍ରାନ୍ତରେ ଏଏସ୍ଆଇ କେ.ବି.ଶ୍ରୀନିବାସ ରାଓଙ୍କୁ ପଚାରିବାରୁ ତଦନ୍ତ ଚାଲିଛି।
Powered by Froala Editor