ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା
ଭୁବନେଶ୍ୱର: ରାଜଧାନୀକୁ ଫେରିଛି ପଥୋତ୍ସବ। ବର୍ଷର ପ୍ରଥମ ରବିବାରରେ ପଥୋତ୍ସବର ମଜା ନେଇଛନ୍ତି ରାଜଧାନୀ ବାସିନ୍ଦା । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଜନପଥରେ ଯୋଗ, ଜୁମ୍ବା, ରଙ୍ଗୋଲି, କିଡ୍ସ କିଙ୍ଗଡମ୍, ସ୍କେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିଛନ୍ତି ଦର୍ଶକ । ଖାଲି ସେତିକି ନୁହେଁ ଦର୍ଶକଙ୍କ ମଧ୍ୟରେ ଥିବା ଲକ୍କାୟିତ ପ୍ରତିଭାର ଭୁବନେଶ୍ୱର ଗଡ ଟ୍ୟାଲେଣ୍ଟ ମଞ୍ଚ ପ୍ରଦର୍ଶନ କରିଛନ୍ତି ।
ପଥୋତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଶୀତରେ ଉଷ୍ମତା ଭରିଲେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, କମେଡିରେ ହସି ହସି ବେଦମ କଲେ ପପୁ ପମପମ୍।
Powered by Froala Editor