ମଦ ପିଇ ବିମାନ ଉଡାଣ ଭରୁଥିଲେ ପାଇଲଟ
କାନାଡାର ଭାନକୁଭେର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ପାଇଲଟଙ୍କ ଦାୟିତ୍ବହୀନ ଆଚରଣରୁ ଆକ୍ସନ ନେଲା କର୍ତ୍ତୃପକ୍ଷ। ୨୩ ଡିସେମ୍ବର ୨୦୨୫ ରେ ଉଡାଣ ଭରିବାର ଠିକ୍ ପୂର୍ବରୁ ପାଇଲଟଙ୍କୁ ନିଶାସକ୍ତ ସ୍ଥିତିରେ ଥିବା ସନ୍ଦେହରେ କାନାଡା ଅଧିକାରୀ କଷ୍ଟଡିରେ ନେଇଥିଲେ। ଜଣେ ଡ୍ୟୁଟି ଫ୍ରି ଷ୍ଟୋର କର୍ମଚାରୀଙ୍କ ସତର୍କତା କାରଣରୁ ଏହା ଜଣାପଡିଛି ,ଯିଏକି ପାଇଲଟଙ୍କୁ ସନ୍ଦିଗ୍ଧ ସ୍ଥିତିରେ ଦେଖିବାକୁ ପାଇଥିଲେ। ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ସମ୍ବଦ୍ଧିତ କ୍ରୁ ସଦସ୍ୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ଦେଇଛି।
ରିପୋର୍ଟ ଅନୁସାରେ, ୨୩ ଡିସେମ୍ବର, ୨୦୨୫ ରେ ଏହି ବିମାନ AI186 ବିଳମ୍ବିତ ହୋଇଥିଲା। ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ପାଇଲଟଙ୍କୁ ବାହାର କରିଦିଆଯାଇଥିଲା। କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ କର୍ମଟାରୀ ପାଇଲଟଙ୍କୁ ମଦ କିଣୁଥିବାର ଆଉ ପିଉଥିବାର ଦେଖିଥିଲେ । ଯାହା ପରେ କର୍ମଚାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଉ ତାପରେ ପାଇଲଟଙ୍କୁ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ସେ ନିଶା ସେବନ କରିଥିବା ଜଣାପଡିଲା । ଯାହା ଫଳରେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ସିସିଟିଭି ଫୁଟେଜ୍ ସାହାଯ୍ୟରେ ସୁରକ୍ଷା ବଳ ପାଇଲଟଙ୍କୁ ବିମାନ ଭିତରେ ଟ୍ରାକ୍ କରିଥିଲେ ଓ ତାଙ୍କୁ କଷ୍ଟଡିରେ ନେଇଥିଲେ।
Powered by Froala Editor