ଦୁବାଇରେ ନୂଆବର୍ଷ ପାଳିଲେ ବିରାଟ, ମୁହାଁରେ ଟାଟୁ
ନୂଆବର୍ଷ ଅବସରରେ ପତ୍ନୀଙ୍କ ସହ ଫଟୋ ସେୟାର କରିଛନ୍ତି ବିରାଟ। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି। ତେବେ ସେ ଭାରତ କିମ୍ବା ଇଂଲଣ୍ଡରେ ନୂଆ ବର୍ଷ ପାଳନ କରି ନ ଥିଲେ । କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସହ ଦୁବାଇରେ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ନୂଆ ବର୍ଷ ପାଳନକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି । ତାଙ୍କ ବଡ ଭାଇ ବିକାଶ କୋହଲି ପରିବାର ସଦସ୍ୟଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ବିରାଟ ତାଙ୍କ ପତ୍ନୀଙ୍କୁ ତାଙ୍କ ଜୀବନର ଆଲୋକ ବୋଲି କହିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ପ୍ରଶଂସକଙ୍କ ଭଲପାଇବା ସାଉଁଟିଛି। ଦୁହିଁଙ୍କ ଫଲୋୟର୍ସ ସେମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
ବିରାଟ କୋହଲି ଇନଷ୍ଟାଗ୍ରାମରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେମାନଙ୍କର ମୁହଁରେ ଚିତ୍ର ଅଙ୍କାଯାଇଛି। ବିରାଟଙ୍କ ମୁହଁରେ ସ୍ପାଇଡର ଜାଲର ଚିତ୍ର ଅଙ୍କାଯାଇଥିବା ବେଳେ ଅନୁଷ୍କାଙ୍କ ମୁହଁରେ ପ୍ରଜାପତି ଚିତ୍ର ଅଙ୍କାଯାଇଛି। ଦୁହେଁ ପରସ୍ପରକୁ ଧରି କ୍ୟାମେରାକୁ ଦେଖୁଛନ୍ତି। ଫଟୋ ଦୁହେଁ ଖୁବ୍ ଖୁସିଥିବା ଦେଖାଯାଇଛି।
Powered by Froala Editor