ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ
ନୂତନ ବର୍ଷର ପ୍ରଥମ ଦିନ ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ଦେଶର ରେଳ ବ୍ୟବସ୍ଥାରେ ଯୋଡି ହେବ ନୂଆ ପରିକଳ୍ପନା, ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବଡ଼ ସ୍ୱପ୍ନର ପ୍ରକଳ୍ପ । ନୂତନ ବର୍ଷ ଅବସରରେ ଏନେଇ ଏକ ବଡ ଘୋଷଣା କରାଯାଇଛି।
ରେଳ ମନ୍ତ୍ରଣାଳୟ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ରୁଟ ଘୋଷଣା କରିଛି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ କୋଲକାତା, ହାଓଡା, ଗୁଆହାଟି ଏବଂ କାମାକ୍ଷା ମଧ୍ୟରେ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ‘ବନ୍ଦେ ଭାରତ ସ୍ଲିପର ଟ୍ରେନ’ର ଭଡ଼ା ବିମାନ ଭଡ଼ା ତୁଳନାରେ ଯଥେଷ୍ଟ କମ ହେବ। ମନ୍ତ୍ରୀ କହିଛନ୍ତି ଯେ ଗୁଆହାଟିରୁ କୋଲକାତା ପାଇଁ ବିମାନ ଭଡ଼ା ୬,୦୦୦ ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ, ଏପରିକି ୧୦,୦୦୦ ଟଙ୍କା ମଧ୍ୟ ହୋଇପାରେ, କିନ୍ତୁ ହାୱଡାରୁ ଗୁଆହାଟି ପାଇଁ ୩AC ‘ବନ୍ଦେ ଭାରତ ସ୍ଲିପର ଟ୍ରେନ’ ର ଭଡ଼ା, ଖାଦ୍ୟ ସମେତ, କେବଳ ୨୩୦୦ ଟଙ୍କା ହେବ, ଯେତେବେଳେ ୨AC ଭଡ଼ା ୩,୦୦୦ ଟଙ୍କା ହେବ ଏବଂ ପ୍ରଥମ AC ଭଡ଼ା ୩,୬୦୦ ଟଙ୍କା ହେବ।
Powered by Froala Editor