ନନ୍ଦନକାନନରେ ରେକର୍ଡ଼ ଭଙ୍ଗ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ଷ-୨୦୨୫ରେ ପର୍ଯ୍ୟଟକ ସଂଖ୍ୟା ରେକର୍ଡ଼ ଭଙ୍ଗ ହୋଇଛି। ୪୦ ଲକ୍ଷ ୨୦ ହଜାର ୫୩୯ ରେକର୍ଡ ସଂଖ୍ୟକ ଟିକେଟ ବିକ୍ରି ହୋଇ ଥିବା ସୂଚନା ଦେଇଛନ୍ତି ଡିଏଫଓI ୨୦୨୫ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଉତ୍ସରୁ ରାଜସ୍ୱ ସଂଗ୍ରହ ୨୩.୨୩ କୋଟି ଟଙ୍କା ଥିଲା, ଯାହା ୨୦୨୪ ମସିହାରେ ସଂଗୃହିତ ରାଜସ୍ୱ ତୁଳନାରେ ୧.୦୬ କୋଟି ଟଙ୍କା ଅଧିକ ଅଟେ।
ସେଥି ମଧ୍ୟରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ଲକ୍ଷ ୪୩ ହଜାର ୨୩ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ୧ ଲକ୍ଷ ୭୭ ହଜାର ୫୧୧ ଖଣ୍ଡ ରହିଛି। ଟିକେଟ ବିକ୍ରି ବାବଦକୁ ନନ୍ଦନକାନନରୁ ୨୩ କୋଟି ୨୩ ଲକ୍ଷ ଟଙ୍କା ରାଜସ୍ବ ସଂଗ୍ରହ ହୋଇଛି, ଯାହା ୨୦୨୪ ବର୍ଷର ରାଜସ୍ବ ଆଦାୟ ଠାରୁ ୧.୦୬ କୋଟି ଟଙ୍କା ଅଧିକ।
୨୦୨୫ ମସିହାରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପରିଦର୍ଶକ ଆସିଥିଲେ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ନନ୍ଦନକାନନ ପରିଦର୍ଶକଙ୍କ ସଂଖ୍ୟାରେ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷକ ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ପର୍ଯ୍ୟଟକ ନନ୍ଦନକାନନ ପରିଦର୍ଶନ କରିଥିଲେ, ଯାହା ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ହୋଇଥିବା ସର୍ବାଧିକ ପରିଦର୍ଶକଙ୍କ ସଂଖ୍ୟା।
Powered by Froala Editor