ଶ୍ରୀମନ୍ଦିର ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ତ୍ରୁଟି, ବିକ୍ରି ସ୍ଥଗିତ
୨୦୨୫ ବିଦାୟ ବର୍ଷର ଶେଷ ଦିନରେ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଘନେଇଛି ବିବାଦ । ୨୦୨୬ ପାଇଁ ଜାରି ହୋଇଥିବା କ୍ୟାଲେଣ୍ଡରରେ ଭୟଙ୍କର ତ୍ରୁଟି ଥିବା ନେଇ ହୋଇଥିଲା ଅଭିଯୋଗ। ରଥଯାତ୍ରାର ଏକ ଫଟୋରେ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଭୁଲ୍ ସ୍ଥାନରେ ଚିତ୍ରିତ କରାଯାଇଥିବା ନେଇ ଉଠିଥିଲା ପ୍ରଶ୍ନ ।
ପଟ୍ଟଚିତ୍ର ମଧ୍ୟରେ ୨ଟି ଫଟୋ ଚିତ୍ର ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ମହାପ୍ରଭୁ ଜଗନ୍ନାଥ ବଳଭଦ୍ରଙ୍କ ସ୍ଥାନରେ ଓ ବଳଭଦ୍ର ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ସ୍ଥାନିତ ଥିବା ତାଳପତ୍ର ଖୋଦିତ ଫଟୋକୁ ନେଇ ସବୁ ମହଲରେ ଆଲୋଚ୍ୟର ବିଷୟ ପାଲଟିଛି l ଏପରିକି ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ସ୍ଥାନିତ ହୋଇଥିବା ଆଉ ଏକ ଫଟୋ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଛି l କ୍ୟାଲେଣ୍ଡରରେ ଏହିଭଳି ତ୍ରୁଟିପୂର୍ଣ୍ଣ ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିକୁ ନେଇ ଅବମାନନା ବୋଲି ସେବାୟତ ମାନେ ଯୁକ୍ତି ବାଢିବାଢିଛନ୍ତି । ଏହାକୁ ତୁରନ୍ତ ଅପସାରଣ କରିବା ପାଇଁ ମତ ପ୍ରକାଶ ପାଇଛି ।
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ସ୍ଥାନିତ ଫଟୋଚିତ୍ର ତ୍ରୁଟି ଦର୍ଶାଇ ଗଣମାଧ୍ୟମରେ ଚର୍ଚ୍ଚାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶହେ ବର୍ଷ ତଳର ଏହା ଏକ ଚିତ୍ରକର କଳାକୃତି । ତାଳପତ୍ରରେ ଅଙ୍କିତ ଏହି ଫଟୋ ଚିତ୍ରକୁ ଓଡ଼ିଶା ରାଜ୍ୟ ମ୍ୟୁଜିୟମରୁ ସଂଗ୍ରହ କରାଯାଇ ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି । କିନ୍ତୁ ଏହା ସାଂପ୍ରତିକ ସ୍ଥିତି ନୁହେଁ । ଏହା ସେତେବେଳର ଜଣେ ଚିତ୍ର ଶିଳ୍ପୀର ଚିତ୍ରକଳା ଏହାକୁ ଜଗନ୍ନାଥ ପ୍ରେମୀ ଭୁଲ ବୁଝିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା କରୁଛି । ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା ସହ କ୍ୟାଲେଣ୍ଡର ଗୁଡିକର ବିକ୍ରି ସ୍ଥଗିତ ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor