ହାତୀ ଆକ୍ରମଣରେ ମହିଳା ମୃତ
ଅନୁଗୁଳ: ଅନୁଗୁଳ ରେଞ୍ଜ ସାହାରାଗୁଡ଼ା ଗାଁରେ ହାତୀ ଆତଙ୍କ। ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସାହାରାଗୁଡ଼ା ଗାଁର ସୁନାଭୂଇଁ ସାହିର ଝିଲ୍ଲୀ ବେହେରା ବୋଲି ଜଣାପଡିଛି। ଝିଲ୍ଲୀ ସକାଳୁ ଘର ନିକଟରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
Powered by Froala Editor