ଆଜି ଅପରାହ୍ନରେ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ
ଭୁବନେଶ୍ୱର: ଅନୁଗର୍ଗ ହେବେ ନୂଆ ମୁଖ୍ୟଶାସନ ସଚିବ । ଆଜି ଅପରାହ୍ନରେ ସେ ଦାୟିତ୍ଵ ନେବା ନେଇ ସୂଚନା ରହିଛି। ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ। ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ଅନୁ ଗର୍ଗ। ୧୯୯୧ ବ୍ୟାଚ୍ ର ଆଇଏଏସ୍ ଅଫିସର ହେଉଛନ୍ତି ଅନୁ ଗର୍ଗ। ୨୦୨୯ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ। ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଆଜି ଶେଷ ହେବ। ୨୦୨୪ ଜୁଲାଇ ମାସରୁ ସେ ମୁଖ୍ୟ ଶାସନ ଦାୟିତ୍ଵରେ ରହିଛନ୍ତି। ୨୦୨୬ ଜାନୁଆରୀ ୧ ତାରିଖରୁ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ।
Powered by Froala Editor