ଏ ବର୍ଷ ବି ହୋଇପାରେ ଭାରତ-ପାକ୍ ଯୁଦ୍ଧ
୨୦୨୬ରେ ବି ଦୁଇ ଦେଶ ମଧ୍ୟରେ ଆଉ ଥରେ ସଂଘର୍ଷ ହେବାର ଆଶଙ୍କା ରହିଛି । ଏପରି ଆଶଙ୍କା ବ୍ୟକ୍ତ କରିଛି ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ କାଉନସିଲ୍ ଅନ୍ ଫରେନ୍ ରିଲେସନ୍ସ (ସିଏଫଆର୍) । ଅପରେସନ୍ ସିନ୍ଦୂର ପରେ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ଯୁଦ୍ଧ ସୃଷ୍ଟି କରିପାରେ।
ସିଏଫଆର୍ ସତର୍କ କରାଇ ଦେଇଛି ଯେ ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଏହା ଆମେରିକା ଉପରେ ପ୍ରଭାବ ପକାଇପାରେ।
୨୦୨୫ ଏପ୍ରିଲ୍ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ୭ ମଇ ୨୦୨୫ରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (PoK) ରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା।
ନିକଟରେ ଭାରତୀୟ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁଯାୟୀ, ଜମ୍ମୁ ଅଞ୍ଚଳରେ ୩୦ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ଅଛନ୍ତି।
Powered by Froala Editor