କୋଲକାତାରେ ଅମିତ ଶାହଙ୍କ ରଣହୁଁକାର
ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର । ୨୦୨୬ ମସିହାରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଛନ୍ତି ସୌରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ଆହୁରି ମଧ୍ୟ ସେ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର ଆସିବ। ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି। ମମତା ମନ୍ତ୍ରିମଣ୍ଡଳର କେଉଁ ସଦସ୍ୟ ଦୁର୍ନୀତି ପାଇଁ ଜେଲ୍ ଯାଇଛନ୍ତି ତାହା ମଧ୍ୟ କହିଛନ୍ତି।
ବେଙ୍ଗଲରେ ମହିଳାମାନେ ଅସୁରକ୍ଷିତ, ରାତିରେ ଘରୁ ବି ବାହାରିବା ବିପଦ। ଏଠାରେ କଣ ମୋଗଲ ଶାସନ ଚାଲିଛି କି ବୋଲି ଶାହ ପଚାରିଛନ୍ତି। ସଂସଦରେ ବନ୍ଦେ ମାତରମ୍ ଚର୍ଚ୍ଚାକୁ କିପରି ଟିଏମସି ବିରୋଧ କଲା ତାହା ମଧ୍ୟ ପଚାରିଛନ୍ତି। ମମତା ବାନାର୍ଜୀ ଏହାର ଜବାବ ଦେବାର ଆବଶ୍ୟକତା ରହିଛି। ଦେଶର ଜିଡିପି ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫।
Powered by Froala Editor