ଦିଲ୍ଲୀରେ ଜିରୋ ଭିଜିବିଲିଟି
ଦିଲ୍ଲୀ-ଏନସିଆର ସମେତ ବିଭିନ୍ନ ସ୍ଥାନରେ ଜିରୋ ହୋଇଯାଇଥିଲା ଭିଜିବିଲିଟି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ବିମାନ ସେବା ବି ପ୍ରଭାବିତ ହୋଇଛି। ସେହିପରି ଟ୍ରେନ୍ ଚଳାଚଳ ବି ବିଳମ୍ବିତ ହୋଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦସ୍ତରରେ ପହଞ୍ଚିଥିବା ବେଲେ ଘନ କୁହୁଡ଼ି ସାଧାରଣ ଜୀବନଯାତ୍ରାକୁ ସାଂଘାତିକ ଭାବରେ ପ୍ରଭାବିତ କରିଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସମେତ ସାରା ଉତ୍ତର ଭାରତକୁ ଶୀତ ଓ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତରପ୍ରଦେଶର ଶୀତ ଲହରିକୁ ନେଇ ଆସନ୍ତା ୧ ତାରିଖ ଯାଏଁ ସ୍କୁଲକୁ ବନ୍ଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସ୍କୁଲରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ଜାନୁଆରୀ ପହିଲା ଯାଏଁ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ବାୟୂପ୍ରଦୂଷଣ ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ସେପଟେ ଦିଲ୍ଲୀରେ ଶୀତ ଅବକାଶ ଓ ପ୍ରଦୂଷଣ ମଧ୍ୟରେ ସରକାର ବି ବଡ଼ ନିଷ୍ପତ୍ତି ନେଇଛନ୍ତି । ବାୟୁ ଗୁଣବତ୍ତାରେ ଉନ୍ନତି ହେବାରୁ ଦିଲ୍ଲୀ ସରକାର ଏ ବଡ଼ ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ସ୍କୁଲ୍ ଯିବାକୁ ପଡ଼ିବ। ଏହା ସହିତ ଦିଲ୍ଲୀର ସମସ୍ତ ସ୍କୁଲରେ ଶୀତ ଅବକାଶ ଜାନୁଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରହିବ। ସରକାର ସ୍କୁଲଗୁଡ଼ିକରେ ୧୦ ହଜାର ଏୟାର ପ୍ୟୁରିଫାୟର ବଣ୍ଟନ କରି ଛାତ୍ରମାନଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ ଜାରି ରଖିଛନ୍ତି ।
Powered by Froala Editor