ପୁଟିନ୍ଙ୍କ ଘର ଉପରେ 91 ଟି ଡ୍ରୋନ୍ ଆକ୍ରମଣ
ପୁଟିନ୍ଙ୍କ ଘର ଉପରେ ଡ୍ରୋନ୍ ଆକ୍ରମଣ କରିବା ପାଇଁ ଚେଷ୍ଟା କରାଯାଇଥିବା ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ସୂଚନା ଦେଇଛନ୍ତି । ୟୁକ୍ରେନ୍ ଏହି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିବା ସେ କହିଛନ୍ତି । ଘଟଣା ସମୟରେ ରାଷ୍ଟ୍ରପତି ପୁଟିନ ବାସଭବନରେ ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ନୁହେଁ। ଘଟଣାକୁ “ରାଷ୍ଟ୍ର ଆତଙ୍କବାଦ” ବୋଲି ବର୍ଣ୍ଣନା କରି ଲାଭରୋଭ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ସମ୍ପତ୍ତି ବିରୁଦ୍ଧରେ ଏକ ବଡ଼ ଧରଣର ଡ୍ରୋନ୍ ଅଭିଯାନ ଆରମ୍ଭ କରାଯାଇଥିଲା।
ଏକାଧିକ ଥର ଆକ୍ରମଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ତାଙ୍କ ଅନୁସାରେ, ଆକ୍ରମଣ ପ୍ରୟାସରେ ପ୍ରାୟ 91 ଟି ଡ୍ରୋନ୍ ସାମିଲ ଥିଲା। ଯାହାକି ସାମାନ୍ଯ ନୁହେଁ।
ନୋଭଗୋରୋଡ ଅଞ୍ଚଳରେ ରାଷ୍ଟ୍ରପତି ବାସଭବନକୁ ଟାର୍ଗେଟ କରିଥିବା ସମସ୍ତ ଡ୍ରୋନକୁ ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଅଟକାଇ ଧ୍ୱଂସ କରାଯାଇଥିଲା। ଯଦିଓ ୟୁକ୍ରେନ ଆକ୍ରମଣ ଜାରି ରଖିଥିଲା। ମାତ୍ର ସେ କେବେ ମଧ୍ୟ ତାର ଉଦ୍ଦେଶ୍ଯରେ ସଫଳ ହୋଇନଥିଲା।
ଲାଭରୋଭ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ମସ୍କୋ ଏପରି କାର୍ଯ୍ୟର ଦୃଢ଼ ଜବାବ ଦେବ। ସେ କହିଛନ୍ତି ଯେ ରୁଷ ସଶସ୍ତ୍ର ବାହିନୀ ପ୍ରତିଶୋଧର ଲକ୍ଷ୍ୟ ଚିହ୍ନଟ କରିସାରିଛି ଏବଂ ସମ୍ଭାବ୍ୟ ପ୍ରତିଆକ୍ରମଣର ସମୟ ସ୍ଥିର କରିଛି।
ଏବେ ରୁଷ୍ ୟୁକ୍ରେନ୍ର ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । ୨୦୨୨ ଠାରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ଫେବ୍ରୁଆରି ୨୦୨୨ରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । ରୁଷିଆର ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣର ଘୋଷଣା କରିଥିଲେ । ରୁଷିଆ ସୈନ୍ୟବାହିନୀ ବିଭିନ୍ନ ଦିଗରୁ ଆକ୍ରମଣ କରିଥିଲେ । ୨୦୧୪ରୁ ଚାଲିଆସୁଥିବା ତିକ୍ତତା ଯୋଗୁଁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା ।
Powered by Froala Editor