ଧର୍ମାନ୍ତରୀକରଣ ଉଦ୍ୟମ ସନ୍ଦେହରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ
ବଲାଙ୍ଗିର : ଧର୍ମାନ୍ତରୀକରଣ ଉଦ୍ୟମ ସନ୍ଦେହରେ ବଲାଙ୍ଗିର ଜିଲା ଦେଓଗାଁ ଥାନା ଫଟାମୁଣ୍ଡା ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଥିବା ସନ୍ଦେହ ହେବାରୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଏହାର ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି।
ଫଟାମୁଣ୍ଡା ଗାଁର ଗୋଟିଏ ଦଳିତ ପରିବାରଙ୍କ ଘରେ ଖ୍ରୀଷ୍ଟ ଧର୍ମର କିଛି ଫାଦରଙ୍କ ଉପସ୍ଥିତିରେ ଦୁଇ ଦିନ ହେଲା ଭୋଜିଭାତର ଆସର ଚାଲିଥିଲା। ଏହାକୁ ନେଇ ଗାଁ ଲୋକେ ସନ୍ଦେହ ପ୍ରକାଶ କରିଥିଲେ। ଗୁରୁବାର ଏହି ଖବର ପାଇ ବଲାଙ୍ଗିର ସହରରୁ ବିଭିନ୍ନ ହିନ୍ଦୁ ସଂଗଠନ ସଦସ୍ୟ ଗାଁରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ସେମାନେ ଖ୍ରୀଷ୍ଟ ଧର୍ମର ଲୋକଙ୍କ ସହ ମୁହାଁମୁହିଁ ହେବାରୁ ଉତ୍ତେଜନା ବଢ଼ିଥିଲା। ବଲାଙ୍ଗିର, ତୁଷୁରା, ଦେଓଗାଁ, ପୁଇଁନ୍ତଲା ଥାନା ପୁଲିସ ଫଟାମୁଣ୍ଡା ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
Powered by Froala Editor