ବିଶ୍ୱର ସର୍ବବୃହତ୍ ଖୋଲା 'ରଙ୍ଗମଞ୍ଚ ଧନୁଯାତ୍ରା' ଆଜିଠୁ ଆରମ୍ଭ
ବରଗଡ: ପ୍ରତିବର୍ଷ ପୌଷ ମାସରେ ସମଗ୍ର ବରଗଡ଼ ସହର ପାଲଟିଯାଏ ମଥୁରା ନଗରୀ ଓ ନିକଟବର୍ତୀ ଅମ୍ବାପାଳି ଗ୍ରାମ ଗୋପପୁରରେ ପରିଣତ ହୋଇଯାଏ । ଉଭୟ ବରଗଡ଼ ଓ ଅମ୍ବାପାଳି ମଝିରେ ବହିଯାଇଥିବା 'ଜୀରା ନଦୀ' ପାଲଟିଯାଏ 'ଯମୁନା ନଦୀ' । ପ୍ରତିବର୍ଷ ଏହି ପୌଷ ମାସରେ ଏଠାରେ ଆୟୋଜିତ ହୁଏ ବିଶ୍ୱର ସର୍ବବୃହତ୍ ଖୋଲା 'ରଙ୍ଗମଞ୍ଚ ଧନୁଯାତ୍ରା' । ଏହି ଅଦ୍ଭୁତ ଲୋକନାଟ୍ୟ ମହୋତ୍ସବରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିଶୁଲୀଳାରୁ ଆରମ୍ଭ କରି ମଥୁରାରେ କଂସବଧ ପର୍ୟ୍ୟନ୍ତର କାହାଣୀକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଏ । ତେବେ ଆଜି ଉଦଘାଟିତ ହେବ ୭୮ତମ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏନେଇ ସାରା ବରଗଡ଼ ସହର ଏବେ ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ୟ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି ।
ଏଗାର ଦିନ ଧରି ଚାଲୁଥିବା ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି କଂସଙ୍କ ଭୂମିକା । ଏଠାରେ କଂସ ମୁଖ୍ୟ ନାୟକ (ପ୍ରୋଟାଗୋନିଷ୍ଟ) ଭାବେ ମଞ୍ଚସ୍ଥ ହୁଅନ୍ତି ।
Powered by Froala Editor