ୟେଲୋ ୱାର୍ଣ୍ଣିଂ: ଜାରି ରହିବ ଘନ କୁହୁଡ଼ି ସହ ଶୀତ ପ୍ରକୋପ
ଭୁବନେଶ୍ୱର: ଆଗାମୀ କିଛି ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡ଼ି ସହ ଶୀତ ପ୍ରକୋପ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ହସ୍ତଗତ ସୂଚନା ଅନୁସାରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗିବାଡ଼ିରେ ପାରଦ ୭ ଡିଗ୍ରୀକୁ ଖସି ଆସିଥିଲା।
ବାଲେଶ୍ବର, କଟକ, ଭୁବନେଶ୍ବର, ବାରିପଦା, କେନ୍ଦୁଝର, ସୁନ୍ଦରଗଡ଼, ସୋନପୁର, ରାୟଗଡ଼ା, ନୂଆପଡ଼ା, ରାଉରକେଲାରେ ପାରଦ ୧୧/୧୨ ଡିଗ୍ରୀ ରହିଥିଲା। ଛତ୍ରପୁରରେ ୧୬ ଡିଗ୍ରୀ ରେକର୍ଡ କରାଯାଇଛି। ଚାରି ଦିନ ଯାଏ ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟ ଜିଲାରେ ଘନ କୁହୁଡି ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor