ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ
ଚାନ୍ଦବାଲି: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ ଜାରି ରଖିଛି। ମୃତକଙ୍କୁ ନ୍ୟାୟ ଦାବିରେ ହାଟପଟି, ମଧୁବାବୁ ଛକ ଓ ବସ୍ଷ୍ଟାଣ୍ଡ ରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବଣ ଭିତରୁ ଜଣେ ନାବାଳିକା(୧୧)ର ମୃତଦେହ ଉଦ୍ଧାର ହୋଇଛି। ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଗତକାଲି ସକାଳୁ ସୁଶାନ୍ତ ମିଶ୍ରଙ୍କ ଝିଅ(ନାବାଳିକା) ନିଖୋଜ ଥିଲା। ସକାଳୁ ପରିବାର ଲୋକେ ଖୋଜିବା ଆରମ୍ଭ କରି ସନ୍ଧ୍ୟାରେ ଚାନ୍ଦବାଲି ଥାନାକୁ ଜଣାଇଥିଲେ। ତେବେ ରାତି ସାଢ଼େ ୭ଟା ସମୟରେ ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ଏକ ନିଛାଟିଆ ବଣୁଆ ସ୍ଥାନରେ ସ୍ଥାନୀୟ ଲୋକେ ନାବାଳିକାର ମୃତଦେହ ଠାବ କରିଥିଲେ। ପୁଲିସ୍ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି।
Powered by Froala Editor