ଗୀତ ପାଇଁ ବିବାଦରେ କପିଲ ଶର୍ମା ଶୋ
କମେଡି କିଙ୍ଗ କପିଲ ଶର୍ମା ଶୋ "ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ" ପୁଣି ଥରେ ଶିରୋନାମାରେ ଅଛନ୍ତି। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା ଚୋପ୍ରା ଅତିଥି ଭାବରେ ଆସିବା ପରେ ପ୍ରଶଂସକମାନେ ଉତ୍ସାହିତ ହୋଇଥିଲେ। କିନ୍ତୁ ଏଥର, କପିଲ ଆଇନଗତ ବିବାଦରେ ଫସିଛନ୍ତି | ଶୋ’ର ତୃତୀୟ ସିଜିନରେ ବିନା ଅନୁମତିରେ ତିନୋଟି ବଲିଉଡ ଗୀତ ବ୍ୟବହାର କରାଯାଇଥିଲା। ଏହି କାରଣରୁ ଫୋନୋଗ୍ରାଫିକ ପରଫର୍ମାନ୍ସ ଲିମିଟେଡ (ପିପିଏଲ) ଇଣ୍ଡିଆ ଶୋ’ର ନିର୍ମାତାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ମାମଲା ଦାୟର କରିଛି।
ଅଭିଯୋଗ କରାଯାଇଛି ଯେ, ଜୁନ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଶୋ’ର କିଛି ଏପିସୋଡରେ ଲାଇସେନ୍ସ ବିନା ତିନୋଟି ଗୀତ ବ୍ୟବହାର କରାଯାଇଥିଲା। ଏହି ଗୀତଗୁଡ଼ିକ ମଧ୍ୟରେ ‘ଏମ ବୋଲେ ତୋ’ (ମୁନ୍ନାଭାଇ MBBS), ‘ରାମା ରେ’ (କାଣ୍ଟେ), ଏବଂ ‘ସୁବା ହୋନେ ନା ଦେ (ଦେଶୀ ବୟଜ) ଅନ୍ତର୍ଭୁକ୍ତ ଥିଲା। ଏହି ଗୀତଗୁଡ଼ିକ ପାଇଁ ବୈଧ ଲାଇସେନ୍ସ ଆବଶ୍ୟକ ଥିଲା। କପିଲ ଶର୍ମାଙ୍କ ଶୋ’ରେ ବ୍ୟବହୃତ ଗୀତଗୁଡ଼ିକ ୧୯୫୭ର କପିରାଇଟ ଆଇନ ଅଧୀନରେ ଆସେ। ଏହାର ଅର୍ଥ ହେଉଛି ଯେ, ଜନସାଧାରଣଙ୍କୁ ବଜାଇଥିବା କିମ୍ବା ଦେଖାଯାଉଥିବା ଯେକୌଣସି ଗୀତ ପାଇଁ ଅଧିକାର ଧାରକଙ୍କଠାରୁ ଲାଇସେନ୍ସ ଆବଶ୍ୟକ। କିନ୍ତୁ ଶୋ’ରେ ଲାଇସେନ୍ସ ମଗାଯାଇ ନ ଥିଲା କିମ୍ବା ମଂଜୁର କରାଯାଇ ନ ଥିଲା।
ଏହି କାରଣରୁ ଫୋନୋଗ୍ରାଫିକ୍ ପରଫର୍ମାନ୍ସ ଲିମିଟେଡ୍ (ପିପିଏଲ୍) ଇଣ୍ଡିଆ, ଶୋ'ର ନିର୍ମାତାଙ୍କ ବିରୁଦ୍ଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି। PPL କହିଛି ଯେ ଏହି ଗୀତଗୁଡ଼ିକ ପାଇଁ ଏକ ବୈଧ ଲାଇସେନ୍ସ ଆବଶ୍ୟକ ଥିଲା। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ କୋର୍ଟ ଏହି ଗୀତ ବ୍ୟବହାର ଯୋଗୁଁ ହୋଇଥିବା ଆୟର ହିସାବ ମାଗିବା ଉଚିତ|
Powered by Froala Editor