ବଡ ଖବର: ଆତ୍ମସମର୍ପଣ କଲା ହାଇଦର ସହଯୋଗୀ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ହାଇଦର ସହଯୋଗୀ ସଲୁ ଓରଫ ୟାକୁବର ଆତ୍ମସମର୍ପଣ କରିଥିବା ଜଣାପଡିଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ । ଏସସିବିରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ସେକ୍ ହାଇଦର୍ ଏସ୍ସିବି ମେଡ଼ିକାଲ୍ରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲ୍ର ପହରା ବ୍ୟବସ୍ଥାକୁ ଚକ୍ମା ଦେଇ ଗତକାଲି ଫେରାର୍ ହୋଇଯାଇଥିଲା ।। ହାଇଦର୍ର ପହରା ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ ଖୁଆଇ, ପିଆଇ କିମ୍ବା ଶୁଂଘାଇ ସେ ଚମ୍ପଟ ମାରିଥିଲା । ଏ ଖବର ପ୍ରଚାରିତ ହେବା ପରେ କଟକ ପୁଲିସ ହାଇଦର୍କୁ ଖୋଜିବା ପାଇଁ ସହରର ସମସ୍ତ ସୀମା ସିଲ୍ କରି ତନାଘନା ଜାରି ରଖିଥିଲା । ଉପକୂଳର ୪ଟି ଜିଲ୍ଲା ପୁଲିସକୁ ଏନେଇ ଆଲର୍ଟରେ ରଖାଯାଇଥିଲା । ଏପରିକି ହାଇଦର୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିଲା ।