ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ଗଠନ ହେଲା ୩ ଟିମ୍
ଭୁବନେଶ୍ୱର: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି। ତେବେ ଏହି ଦନ୍ତାହାତୀର ବାମଗୋଡ଼ ଫୁଲିଥିବାବେଳେ ଡ୍ରୋନ୍ ଜରିଆରେ ଲୋକେଶନ ଟ୍ରାକ୍ ପାଇଁ ପ୍ରୟାସ ଜାରି ରହିଛି। ଗୁରୁବାର ଉଦ୍ଧାର ସମୟରେ ଫରେଷ୍ଟରଙ୍କ ସମେତ ୨ ଜଣ ଆହତ ହୋଇଥିଲେ। ଆଜି ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍ ଗଠନ କରାଯାଇ ଜୋର୍ଦାର ପ୍ରୟାସ ଚାଲିଛି।
ଗୋଡ଼ରେ ଅସମ୍ଭାଳ କଷ୍ଟ ହେତୁ ହାତୀଟି ହିଂସ୍ର ହୋଇପଡ଼ିଛି । ଏପିରିକି ହାତୀକୁ ରେସ୍କ୍ୟୁ ପାଇଁ ଯାଇଥିବା ଟିମ୍କୁ ସେ ଆକ୍ରମଣ କରିବାକୁ ଗୋଡ଼ାଇଛି । ଫଳରେ ଚନ୍ଦକା ରେଞ୍ଜ ଫରେଷ୍ଟର ଦୀପକ ନାୟକଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ବନ କର୍ମଚାରୀ ଖଣ୍ଡିଆଖାବରା ହୋଇଛନ୍ତି।
Powered by Froala Editor