ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣା: ଗିରଫ ହେଲେ ପୁରୁଷ ବନ୍ଧୁ
କେନ୍ଦୁଝର: ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ କରାଯାଇଛି। କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ମାଇନିଂ କଲୋନୀରେ ପୁରୁଷ ବନ୍ଧୁଙ୍କ ଘରୁ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହେଲେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାସ । ପୁରୁଷ ବନ୍ଧୁଙ୍କ ଘରେ ପ୍ରିୟଙ୍କାଙ୍କ ମୃତଦେହ ମିଳିବା ପରେ ତାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ ପ୍ରିୟଙ୍କାଙ୍କ ପରିବାର ଲୋକେ। ଟାଉନ ଥାନା ପୁଲିସ୍ ପୁରୁଷ ବନ୍ଧୁ ରୁଦ୍ର ନାରାୟଣ ମିଶ୍ରଙ୍କୁ ଗିରଫ କରିଛି।
Powered by Froala Editor