କିସରେ ଛାତ୍ରଙ୍କୁ ତଣ୍ଟି ଚିପି କରାଯାଇଥିଲା ହତ୍ୟା
ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଅସ୍ବାଭାବିକ ନୁହେଁ, କିସ୍ ରେ ଛାତ୍ରଙ୍କୁ କରାଯାଇଥିଲା ହତ୍ୟା। ଡାଲି ପଡ଼ିଯିବାକୁ ନେଇ ଗଣ୍ଡଗୋଳରୁ ଛାତ୍ରଙ୍କୁ ତଣ୍ଟିଚିପି ମାରିଦେଇଥିଲେ ତିନି ସହପାଠୀ। ଜିରୋ FIRରେ ତଦନ୍ତ କରି ଘଟଣାର ଖୁଲାସା କରିଛି ଇନଫୋସିଟି ପୋଲିସ। ୩ ଛାତ୍ରଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ୨ ଜଣ ଅଧିକାରୀଙ୍କୁ ମଧ୍ୟ ଇନ୍ଫୋସିଟି ପୋଲିସ ଉଠାଇ ଆଣିଥିବା ସୂଚନା ମିଳଛି। କିନ୍ତୁ ୨ ଜଣ ଅଧିକାରୀ କିଏ, ତାହା ସ୍ପଷ୍ଟ ହୋଇପାରି ନାହିଁ।ପୋଲିସ ସୂଚନା ଅନୁସାରେ, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଘଟିଥିଲା ଗଣ୍ଡଗୋଳ। ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିବା ସହିତ ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍।
Powered by Froala Editor