ଫାର୍ମ ହାଉସରେ ଭଙ୍ଗାରୁଜା ଓ ଗଣ୍ଡଗୋଳ ଘଟଣା: ୪ ଗିରଫ
ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା ଓ ଗଣ୍ଡଗୋଳ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସୋମବାର ସନ୍ଧ୍ୟାରେ ଜେନାପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ ଓ ଥାନା ଅଧିକାରୀ ନିରୁପମା ଜେନା ସୂଚନା ଦେଇଛନ୍ତି। ବିଜେଡି ଓ ବିଜେପି ପକ୍ଷରୁ ଦିଆଯାଇଥିବା ୪ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Powered by Froala Editor