୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ
ଫିଲ୍ମ ‘ଧୁରନ୍ଧର’ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅର୍ଜୁନ ରାମପାଲ । ଏବେ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଡ୍ରିଏସଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି । ଏ କଥା ନିଜେ ଅର୍ଜୁନ କହିଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା କହିଛନ୍ତି, ଉଭୟ ଖୁବ୍ଶୀଘ୍ର ବିବାହ କରିବେ । ଅର୍ଜୁନ ୬ ବର୍ଷ ଡେଟିଂ ଏବଂ ଦୁଇଟି ସନ୍ତାନ ଜନ୍ମ କରିବା ପରେ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ନିକଟରେ ଉଭୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପଡ୍କାଷ୍ଟ୍ରେ ପହଞ୍ଚିଥିଲେ । ଗାବ୍ରିଏଲା ଅର୍ଜୁନ ସ୍ପଷ୍ଟ କରିଥିଲେ ସେମାନେ ନିର୍ବନ୍ଧ କରିଛନ୍ତି। ଦମ୍ପତି ଜାଣିଶୁଣି ଏହି ପ୍ଲାଟଫର୍ମରେ ଏହା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ ଏବଂ ଗାବ୍ରିଏଲା ପ୍ରାୟ ୬ ବର୍ଷ ଧରି ଏକାଠି ଅଛନ୍ତି ଏବଂ ସେମାନଙ୍କର ଦୁଇଟି ପୁଅ ଅଛି। ସେମାନଙ୍କର ବଡ଼ ପୁଅ ଆରିକ ଏପ୍ରିଲ ୨୦୧୯ରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ସାନ ପୁଅ ଆରିଭ ୨୦୨୩ରେ ଜନ୍ମଗ୍ରହଣ କରିଥିଲେ। ସର୍ବସାଧାରଣ ବ୍ୟକ୍ତିତ୍ୱ ହେବା ସତ୍ତ୍ୱେ, ଦୁହେଁ ସେମାନଙ୍କର ପାରିବାରିକ ଜୀବନକୁ ପ୍ରାୟତଃ ବ୍ୟକ୍ତିଗତ ରଖିଛନ୍ତି।
ତେବେ ଅର୍ଜୁନ ୧୯୯୮ରେ ମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇ ଝିଅ ମାହିକା ଓ ମାୟରା ଅଛନ୍ତି । ବିବାହର ୨୦ ବର୍ଷ ପରେ ଅର୍ଜୁନ ଓ ମେହରଙ୍କ ବିଚ୍ଛେଦ ହେଲା । ମେହରଙ୍କ ହେପାଜତରେ ଦୁଇ ଝିଅ ଅଛନ୍ତି । ଅର୍ଜୁନ ମେହରଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୯ରେ ଗେବ୍ରିଏଲାଙ୍କ ସହ ସମ୍ପର୍କ ବିଷୟରେ ସ୍ପଷ୍ଟ କରି ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ । ଗେବ୍ରିଏଲା ଗତ ଜୁଲାଇ, ୨୦୧୯ରେ ପୁଅ ଏରିକ୍କୁ ଜନ୍ମ ଦେଇଥିଲେ । ୪ ବର୍ଷ ପରେ, ୨୦୨୩ରେ ଆଉ ଏକ ପୁଅ ଏରିଭ୍କୁ ଜନ୍ମ ଦେଲେ । ୬ ବର୍ଷର ସମ୍ପର୍କ ପରେ ଏହି ଦମ୍ପତି ଖୁବ୍ଶୀଘ୍ର ବିବାହ କରିବେ ।
Powered by Froala Editor